କୁହୁଡି ଠାରେ ପ୍ରବାସୀ ଓଡ଼ିଆ ବସ୍‌ ଦୁର୍ଘଟଣା , ଡ୍ରାଇଭର ମୃତ

କୁହୁଡି ଠାରେ ପ୍ରବାସୀ ଓଡ଼ିଆ ବସ୍‌ ଦୁର୍ଘଟଣା , ଡ୍ରାଇଭର ମୃତ

ବଡ ଖବର ଓଡିଶା ଖୋର୍ଦ୍ଧା ଜିଲ୍ଲା

#ପ୍ରବାସୀ_ଓଡ଼ିଆ_ବସ୍‌_ଦୁର୍ଘଟଣା_ଡ୍ରାଇଭର_ମୃତ            ଖୋର୍ଦ୍ଧା : ପ୍ରବାସୀ ଓଡିଆଙ୍କୁ ନେଇ ଆସୁଥିବା ବସ ପୁଣି  ଦୁର୍ଘଟଣା ଗ୍ରସ୍ତ ହୋଇଛି। ଦୁର୍ଘଟଣାରେ ବସ୍‌ର ଡ୍ରାଇଭର ମୃତ୍ୟୁବରଣ କରିଥିବା ବେଳେ ୨ ଜଣ  ଯାତ୍ରୀ ଆହତ ହୋଇଥିବା ଜଣାପଡିଛି। ମଙ୍ଗଳବାର ଭୋର ସମୟରେ ଖୋର୍ଦ୍ଧା ଜିଲ୍ଲାର ଟାଙ୍ଗୀ ଥାନା ମନ୍ତର୍ଗତ କୁହୁଡି ନିକଟରେ ଏହି ଦୁର୍ଘଟଣା ଘଟିଥିବା ଜଣାପଡିଛି।

ଘଟଣାରୁ ପ୍ରକାଣ ଯେ, ମଙ୍ଗଳବାର ଭୋର ସମୟରେ ପ୍ରବାସୀ ଓଡ଼ିଆଙ୍କୁ ନେଇ ଆସୁଥିବା  ହାଇଦ୍ରାବାଦରୁ ଖୋର୍ଦ୍ଧା,କେନ୍ଦ୍ରାପଡା ଓ ଜଗତସିଂହପୁର ର ୪୫ ଜଣ ପ୍ରବାସୀଙ୍କୁ  (AP02TA0954)ନମ୍ବର ବସ ରବିବାର ବାହାରିଥିଲା। ବସ୍‌ଟି  ଜାତୀୟ ରାଜପଥ-୧୬ର କୁହୁଡି ନିକଟରେ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା। କୁହୁଡ଼ି ଛକଠାରେ ରାଜପଥ କଡ଼ରେ ଠିଆ ହୋଇଥିବା ଏକ ଆମ୍ବ ବୋଝେଇ ଟ୍ରକ୍‌କୁ ଧକ୍କା ଦେଇ ବସଟି ରାସ୍ତାକଡକୁ ଢ଼ଳି ପଡିଥିଲା। ଫଳରେ ଘଟଣାସ୍ଥଳରେ ବସ୍‌ର ଡ୍ରାଇଭର ମୃତ୍ୟୁବରଣ କରିଥିବା ବେଳେ ୨ ଜଣ ଆହତ ହୋଇଛନ୍ତି।  ଏହି ଦୁର୍ଘଟଣାରେ ବସ୍‌ର ସମ୍ମୁଖ ଭାଗଟି କ୍ଷତିଗ୍ରସ୍ତ ହୋଇଛି। ଦୁର୍ଘଟଣା ସଂପର୍କରେ ସୂଚନା ପାଇବାପରେ  ଟାଙ୍ଗୀ ଅଗ୍ନିଶମ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ସମସ୍ତଙ୍କୁ ଉଦ୍ଧାର କରିବା ସହ ଆହତମାନଙ୍କୁ ଟାଙ୍ଗୀ ମେଡିକାଲରେ ଭର୍ତ୍ତି କରିଛନ୍ତି।  ଯାତ୍ରୀମାନଙ୍କୁ ଅନ୍ୟ ଏକ ବସ୍‌ରେ ପଠାଇବା ପାଇଁ ପ୍ରଶାସନ ବନ୍ଦୋବସ୍ତ କରୁଥିବା ଜଣାପଡିଛି।