କରୋନା : ୨୪ ଘଣ୍ଟାରେ ୫୦୦ମୃତ୍ୟୁ ,୨୮,୭୦୧ ସଂକ୍ରମଣ

କରୋନା : ୨୪ ଘଣ୍ଟାରେ ୫୦୦ମୃତ୍ୟୁ ,୨୮,୭୦୧ ସଂକ୍ରମଣ

ବଡ ଖବର ଦେଶ -ବିଦେଶ

#କରୋନା_୨୪_ଘଣ୍ଟାରେ_୫୦_ମୃତ୍ୟୁ          ନୂଆଦିଲ୍ଲୀ :  ବୋଲ ମାନୁନି କରୋନା । ଗତ ୨୪ ଘଣ୍ଟା ମଧ୍ୟରେ  ଦେଶରେ ୨୮, ୭୦୧ କରୋନା ସଂକ୍ରମିତ ହୋଇଥବା ବେଳେ ୫୦୦ ମୃତ୍ୟୁ ବରଣ କରିଛନ୍ତି।ସୋମବାର ଜୁଲାଇ ୧୩ ତାରିଖ ସକାଳ ୮ଟା ସୁଦ୍ଧା ସମଗ୍ର ଦେଶରେ ୮୭୮୨୫୪ ଜଣ କରୋ ନାଭାଇରସ୍ ଦ୍ୱାରା ଆକ୍ରାନ୍ତ ହୋଇଥିବା କଥା କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି । ଆକ୍ରାନ୍ତଙ୍କ ମଧ୍ୟରୁ ୫୫୩୪୭୦ ଜଣ ସୁସ୍ଥ ହୋଇଛନ୍ତି ଏବଂ ସେମାନଙ୍କ ମଧ୍ୟରୁ ଜଣେ ଦେଶାନ୍ତର ଯାତ୍ରା କରିଛନ୍ତି। ବାକି ୨୩୧୭୪ ଜଣ ଆକ୍ରାନ୍ତ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି ।  ସମ୍ପ୍ରତି ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୩୦୧୬୦୯ ରହିଛି।

ବର୍ତ୍ତମାନ ସୁଦ୍ଧା ମୋଟ ମୃତବ୍ୟକ୍ତିମାନଙ୍କ ମଧ୍ୟରେ ଅଛନ୍ତି ଆନ୍ଧ୍ରପ୍ରଦେଶର ୩୨୮ ଜଣ, ଅରୁଣାଚଳ ପ୍ରଦେଶର ୨ ଜଣ, ଆସାମର ୩୫ ଜଣ, ବିହାରର ୧୪୩ ଜଣ, ଚଣ୍ଡିଗଡ଼ର ୮ ଜଣ, ଛତିଶଗଡ଼ର ୧୯ ଜଣ, ଦିଲ୍ଲୀର ୩୩୭୧ ଜଣ, ଗୋଆର ୧୪ ଜଣ, ଗୁଜରାଟର ୨୦୪୫ ଜଣ, ହରିୟାଣାର ୩୦୧ ଜଣ, ହିମାଚଳ ପ୍ରଦେଶର ୧୧ ଜଣ, ଜମ୍ମୁ ଓ କଶ୍ମୀରର ୧୭୯ ଜଣ, ଝାଡ଼ଖଣ୍ଡର ୩୦ ଜଣ, କର୍ଣ୍ଣାଟକର ୬୮୪ ଜଣ, କେରଳର ୩୧ ଜଣ, ଲଦାଖର ୧ ଜଣ, ମଧ୍ୟପ୍ରଦେଶର ୬୫୩ ଜଣ, ମହାରାଷ୍ଟ୍ରର ୧୦୨୮୯ ଜଣ, ମେଘାଳୟର ୨ ଜଣ, ଓଡ଼ିଶାର ୬୪ ଜଣ, ପୁଦ୍ଦୁଚେରୀର ୧୮ ଜଣ, ପଞ୍ଜାବର ୧୯୯ ଜଣ, ରାଜସ୍ଥାନର ୫୧୦ ଜଣ, ତାମିଲନାଡୁର ୧୯୬୬ ଜଣ, ତେଲେଙ୍ଗାନାର ୩୫୬ ଜଣ, ତ୍ରିପୁରାର ୨ ଜଣ, ଉତ୍ତରାଖଣ୍ଡର ୪୭ ଜଣ, ଉତ୍ତରପ୍ରଦେଶର ୯୩୪ ଜଣ ଏବଂ ପଶ୍ଚମବଙ୍ଗର ୯୩୨ ଜଣ ।