ଓଡ଼ିଶାର ବାତ୍ୟା କ୍ଷୟକ୍ଷତି ପାଇଁ ୫୦୦ କୋଟିର ଅଗ୍ରୀମ ସହାୟତା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ବଡ ଖବର ଓଡିଶା

#ଓଡ଼ିଶାର_ବାତ୍ୟା_କ୍ଷୟକ୍ଷତି_ପାଇଁ_୫୦୦_କୋଟିର_ଅଗ୍ରୀମ_ସହାୟତା        ଭୁବନେଶ୍ୱର  : ଅମ୍ଫାନ ପ୍ରଭାବିତ ଓଡ଼ିଶାର କ୍ଷୟକ୍ଷତି ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଗ୍ରୀମ ୫ଶହ କୋଟି ଟଙ୍କାର ସହାୟତା ଘୋଷଣା କରିଛନ୍ତି । ପ୍ରଧାନମନ୍ତ୍ରୀ ଶୁକ୍ରବାର ଓଡ଼ିଶାର ଅମ୍ଫାନ ପ୍ରଭାବିତ ଜିଲ୍ଲା ଆକାଶମାର୍ଗରୁ ପରିଦର୍ଶନ କରିବା ପରେ ଭୁବନେଶ୍ୱର ବିମାନବନ୍ଦରସ୍ଥିତ କନଫରେନ୍ସ ହଲଠାରେ ରାଜ୍ୟ ସରକାରଙ୍କ ଅଧିକାରୀମାନଙ୍କ ସହ ଏକ ଉଚ୍ଚସ୍ତରୀୟ ବୈଠକରେ କ୍ଷୟକ୍ଷତିର ସମୀକ୍ଷା କରିଥିଲେ । ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୁଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ପ୍ରତାପ ଷଡଙ୍ଗୀ, ମୁଖ୍ୟ ଶାସନ ସଚିବ ଅଶିତ ତ୍ରିପାଠୀଙ୍କ ସମେତ ସମସ୍ତ ବିଭାଗର ସଚିବ ଓ ବରିଷ୍ଠ ଅଧିକାରୀ ସମୀକ୍ଷା ବୈଠକରେ ଉପସ୍ଥିତ ଥିଲେ ।

ସମୀକ୍ଷା ବୈଠକରେ ରାଜ୍ୟ ସରକାରଙ୍କ ପକ୍ଷରୁ ବାତ୍ୟା ପ୍ରଭାବିତ ୧୦ ଜିଲ୍ଲାର କ୍ଷୟକ୍ଷତି ସମ୍ପର୍କିତ ପ୍ରାଥମିକ ଆକଳନ ତଥା କ୍ଷୟକ୍ଷତି ରିପୋର୍ଟ ଉପସ୍ଥାପନ କରାଯାଇଥିଲା । ଏଥିରେ ଓଡ଼ିଶାର ୧୦ଟି ଜିଲ୍ଲାର ୮୮ ବ୍ଲକ, ୧୫୦୦ ପଞ୍ଚାୟତ, ୪୪,୪୩୦୦ ଲେ ।କ ପ୍ରଭାବିତ ହେ ।ଇଥିବାବେଳେ କୃଷି, ଉଦ୍ୟାନ କୃଷି, ବିଦ୍ୟୁତ ଭିତ୍ତିଭୂମି କ୍ଷତିଗ୍ରସ୍ତ ହେବା ସହ ଅନେକ ଘରଦ୍ୱାର ଓ ଚାଷ ଜମି ନଷ୍ଟ ହୋଇଛି । ସେହିପରି ରିଲିଫ୍ ଓ ଉଦ୍ଧାର କାର୍ଯ୍ୟ ଜାରି ରଖିବା ପାଇଁ ଆବଶ୍ୟକତା ଇତ୍ୟାଦିକୁ ଆଧାର କରି ପ୍ରାଥମିକ ଆକଳନ ପ୍ରସ୍ତୁତ କରାଯାଇଛି । ପ୍ରଧାନମନ୍ତ୍ରୀ ମୋଦି ଓଡ଼ିଶାର ବାତ୍ୟା କ୍ଷୟକ୍ଷତି ଉପରେ ଉଚ୍ଚସ୍ତରୀୟ ବୈଠକରେ ସମୀକ୍ଷା କରିବା ପରେ ଗଣମାଧ୍ୟମକୁ ସମ୍ବୋଧନ କରିଥିଲେ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ, କରୋନା ଭଳି ମହାମାରୀ ସମୟରେ ବର୍ତ୍ତମାନ ଅମ୍ଫାନ ବାତ୍ୟା ଯେ ।ଗୁଁ ଏଭଳି ସ୍ଥିତି ସୃଷ୍ଟି ହେ ।ଇଛି । ଯାହାକି ବଡ଼ ଚିନ୍ତାର ବିଷୟ । ଏହାର ମୁକାବିଲା କରିବା ଦିଗରେ ସମସ୍ତ ପଦକ୍ଷେପ ନିଆଯାଇଛି । ପ୍ରଶାସନିକ ବ୍ୟବସ୍ଥା ତତ୍ପରତାର ସହ କାର୍ଯ୍ୟ କରିଛନ୍ତି । ଓଡ଼ିଶାରେ ଜୀବନ ବଞ୍ଚାଇବା ପାଇଁ ପ୍ରଶାସନ, ମୁଖ୍ୟମନ୍ତ୍ରୀ ଏବଂ ତାଙ୍କ ଟିମ୍ ଯେଉଁ କାମ କରିଛନ୍ତି ପ୍ରଧାନମନ୍ତ୍ରୀ ତାହାକୁ ଅଭିନନ୍ଦନର ଅଧିକାରୀ ବୋଲି ଅଭିହିତ କରି ଉଚ୍ଚ ପ୍ରଶଂସା କରିଛନ୍ତି । ସେ କହିଛନ୍ତି ଯେ, ଅମ୍ଫାନ ବାତ୍ୟା ପଶ୍ଚିମବଙ୍ଗ ମୁହାଁ ବେଳେ ଓଡ଼ିଶାର ମଧ୍ୟ କ୍ଷତି ଘଟାଇଛି । ଅବଶ୍ୟ ପଶ୍ଚିମବଙ୍ଗ ତୁଳନାରେ ଓଡ଼ିଶାର କ୍ଷତି ବେଶି ହୋଇନାହିଁ । ତେବେ କୃଷି ଓ ବିଦ୍ୟୁତ ଭିତ୍ତିଭୂମି ଏବଂ ଅନ୍ୟାନ୍ୟ ଯେଉଁସବୁ କ୍ଷେତ୍ରରେ କ୍ଷତି ଘଟିଛି ତାହାର ପ୍ରାଥମିକ ଆକଳନ ଦିଆଯାଇଛି । ଏବେ ଯଥାଶୀଘ୍ର ଭାରତ ସରକାରଙ୍କ ଅନୁଧ୍ୟାନକାରୀ ଦଳ ଓଡ଼ିଶା ଗସ୍ତରେ ଆସିବେ । କ୍ଷୟକ୍ଷତିର ପୁଙ୍ଖାନୁପୁଙ୍ଖ ଅନୁଧ୍ୟାନ କରି ପୂର୍ଣ୍ଣାଙ୍ଗ ରିପୋର୍ଟ କେନ୍ଦ୍ର ସରକାରଙ୍କୁ ପ୍ରଦାନ କରିବେ । ସେହି ଭିତରେ ରାଜ୍ୟ ସରକାର ମଧ୍ୟ କ୍ଷୟକ୍ଷତିର ପୂର୍ଣ୍ଣାଙ୍ଗ ଆକଳନ କରି ବିସ୍ତୃତ ରିପୋର୍ଟ କେନ୍ଦ୍ର ସରକାରଙ୍କୁ ପ୍ରଦାନ କରିବାକୁ ସେ ପରାମର୍ଶ ଦେଇଥିଲେ । ସମସ୍ତ ରିପୋର୍ଟ ମିଳିବା ପରେ କେନ୍ଦ୍ର ସରକାର ତା’ ଉପରେ ବିଚାର କରି ଓଡ଼ିଶାକୁ ବାତ୍ୟା ସହାୟତା ପ୍ରଦାନ କରିବେ । ତେବେ ବର୍ତ୍ତମାନର କ୍ଷୟକ୍ଷତି ପାଇଁ ଅଗ୍ରୀମ ଭାବେ ୫ଶହ କୋଟି ଟଙ୍କାର ସହାୟତା ପ୍ରଦାନ କରାଯିବ ବେ ।ଲି ଶ୍ରୀ ମୋଦି ଘୋଷଣା କରିଥିଲେ ।