ଓଡିଶାର ବାତ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ପ୍ରଧାନମନ୍ତ୍ରୀ

ଓଡିଶାର ବାତ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ପ୍ରଧାନମନ୍ତ୍ରୀ

ବଡ ଖବର ଓଡିଶା

#ଓଡିଶାର_ବାତ୍ୟା_ପ୍ରଭାବି_ ଅଞ୍ଚଳ_ପରିଦର୍ଶନ_କଲେ_ପ୍ରଧାନମନ୍ତ୍ରୀ                  ଭୁବନେଶ୍ୱର  : ( ଶ୍ରୀକାନ୍ତ ରାଉତ ) ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଦିନ ଓଡିଶାରେ ବାତ୍ୟା ଅମ୍ଫାନ  ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିଛନ୍ତି । ବାତ୍ୟା ଦ୍ୱାରା କ୍ଷୟକ୍ଷତି ହୋଇଥିବା କେନ୍ଦ୍ରାପଡା , ଜଗତସିଂହପୁର , ବାଲେଶ୍ୱର ଓ ଭଦ୍ରକ ଆଦି ଅଞ୍ଚଳକୁ ଆକାଶମାର୍ଗରୁ ପରିଦର୍ଶନ କରିବା ପରେ ଭୁବନେଶ୍ୱର ଫେରି ବିମାନବନ୍ଦରର କନଫରେନ୍ସ ହଲ୍ ରେ ଅନୁଷ୍ଠିତ ବାତ୍ୟା ସମୀକ୍ଷା ବୈଠକରେ ଯୋଗ ଦେଇଥିଲେ । ବୈଠକ ପରେ ପ୍ରଧାନମନ୍ତ୍ରୀ ଓଡିଶା ପାଇଁ ୫୦୦ କୋଟି ଟଙ୍କାର ଅଗ୍ରୀମ୍ ସହାୟତା ଘୋଷଣା କରିଥିଲେ ।
ଶୁକ୍ରବାର ଅପରାହ୍ନରେ ବାୟୁସେନାର ସ୍ୱତନ୍ତ୍ର ବିମାନ ଯୋଗେ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିଥିଲେ ପ୍ରଧାନମନ୍ତ୍ରୀ ମୋଦି । ପ୍ରଧାନମନ୍ତ୍ରୀ ବିମାନ ବନ୍ଦରରେ ପହଞ୍ଚିବା ପରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ମୁଖ୍ୟ ଶାସନ ସଚିବ, ଡିଜିପିଙ୍କ ସହ ବହୁ ବରିଷ୍ଠ ଅଧିକାରୀ ମଧ୍ୟ ସେଠାରେ ଉପସ୍ଥିତି ରହି ପ୍ରଧାନମନ୍ତ୍ରୀଙ୍କୁ ସ୍ୱାଗତ କରିଥିଲେ ।
ସେହିପରି ବିମାନବନ୍ଦରରେ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା, ରାଜ୍ୟ ସଭାପତି ସମୀର ମହାନ୍ତି, ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ, ବରିଷ୍ଠ ନେତା ମନମୋହନ ସାମଲ, ରାଜ୍ୟ ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାର ପ୍ରମୁଖ ଉପସ୍ଥିତ ଥିଲେ ।
ସମସ୍ତେ ସାମାଜିକ ଦୂରତା ବଜାୟ ରଖି ମାସ୍କ ବା ଗାମୁଛା ବାନ୍ଧି ପ୍ରଧାନମନ୍ତ୍ରୀଙ୍କୁ ସ୍ୱାଗତ କରିବାର ଦେଖାଯାଇଥିଲା । ପ୍ରଧାନମନ୍ତ୍ରୀ ମଧ୍ୟ କରମର୍ଦ୍ଦନ ନକରି ନମସ୍କାର ଦ୍ୱାରା ଅଭିବାଦନ

ଜଣାଇଥିଲେ । ଏଠାରେ ପହଞ୍ଚିବା ପରେ ପ୍ରଧାନମନ୍ତ୍ରୀ ବାତ୍ୟା ଅମ୍ଫାନ୍ ଦ୍ୱାରା ପ୍ରଭାବିତ ହୋଇଥିବା ଉତ୍ତର ଓଡିଶାର ଜିଲ୍ଲା ଗୁଡିକୁ ଆକାଶ ମାର୍ଗରୁ ପରିଦର୍ଶନ କରିବାକୁ ବାହାରଥିଲେ ।