ଅବକାରୀ ବିଭାଗର ଚଢ଼ାଉ, ୨୨କେଜି ଗଞ୍ଜେଇ ଜବତ, ୨ଗିରଫ

ଅବକାରୀ ବିଭାଗର ଚଢ଼ାଉ, ୨୨କେଜି ଗଞ୍ଜେଇ ଜବତ, ୨ଗିରଫ

ବଡ ଖବର ଓଡିଶା ଯାଜପୁର

 #୨୨_କେଜି_ଗଞ୍ଜେଇ_ଜବତ   ଯାଜପୁର : (ବିଶ୍ବଜିତ ରଣା)  ଯାଜପୁର ଜିଲ୍ଲା କୁଆଖିଆରୁ ବସ ଯୋଗେ ଗଞ୍ଜେଇ ଚୋରାଚାଲାଣ ହେବାକୁ ଥିବା ବେଳେ ଅବକାରି ବିଭାଗ ଚଢ଼ାଉ କରି ୨୨ କେଜି ଗଞ୍ଜେଇ ଜବତ କରିଛି । ଗଞ୍ଜେଇ ଚୋରାଚାଲାଣ ଘଟଣାରେ ଦୁଇ ଅଭିଯୁକ୍ତଙ୍କୁ ମଧ୍ୟ ଗିରଫ କରି କୋର୍ଟ ଚାଲାଣ କରିଛି ଅବକାରୀ ବିଭାଗ । ଗିରପଂ ଅଭିଯୁକ୍ତ ମାନେ ହେଲେ ପଶ୍ଚିମବଙ୍ଗ ଅଞ୍ଚଳର ଅନୀଲ ପାତ୍ର ଏବଂ ଟୁକେଇ ପାତ୍ର । ଅବକାରୀ ବିଭାଗ ପକ୍ଷରୁ କୁଆଖିଆ ବଜାରରେ ପାଟ୍ରୋଲିଂ ଚାଲୁଥିବା ସମୟରେ ଖବର ପାଇ ସେଠାରେ ଚଢ଼ାଉ କରିଥିଲା ଓ ଏହି ଦୁଇ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ତେବେ ଗଞ୍ଜେଇ କେଉଁ ଅଞ୍ଚଳରୁ ଅଣାଯାଇଥିଲା ସେ ନେଇ କୌଣସି ସୂଚନା ମିିଳିପାରି ନାହିଁ ବୋଲି ଅବକାରୀ ଇନ୍ସପେକ୍ଟର ସୂଚନା ଦେଇଛନ୍ତି ।