ମୁମ୍ବାଇରେ ରହୁ ଥିବା ରାୟଗଡାର ଶ୍ରମିକଙ୍କୁ ସହାୟତାର ହାତ ବଢାଇଲେ ସାଂସଦ ସପ୍ତଗିରି

ମୁମ୍ବାଇରେ ରହୁ ଥିବା ରାୟଗଡାର ଶ୍ରମିକଙ୍କୁ ସହାୟତାର ହାତ ବଢାଇଲେ ସାଂସଦ ସପ୍ତଗିରି

ବଡ ଖବର ଓଡିଶା ଜିଲ୍ଲା ରାୟଗଡା
#ସହାୟତାର_ହାତ_ବଢାଇଲେ_ସାଂସଦ_ସପ୍ତଗିରି           ରାୟଗଡ଼ା : (ଗୁରୁ ପ୍ରସାଦ ସାହୁ)  ରାୟଗଡା ତଥା ଅବିଭକ୍ତ କୋରାପୁଟର ଯୁବ ସାଂସଦଙ୍କ ଅଉ ଏକ ଗୁରୁତ୍ୱ ପୂର୍ଣ ଭୂମିକା ଦେଖିବାକୁ ମିଳିଛି ରାୟଗଡା ଜିଲ୍ଲାରେ। ଏହି ଯୁବକ କୋରାପୁଟ ନିର୍ବାଚନ ମଣ୍ଡଳୀ ର ସାଂସଦ ରୂପେ ଦାଇତ୍ୱ ନେବା ପର ଦିନ ଠାରୁ ନିଜ ନିର୍ବାଚନ ମଣ୍ଡଳୀ ରେ କିଛିନା କିଛି ନୂତନ କାର୍ଯ୍ୟ  କରିବା ପାଇଁ ଉଦ୍ୟମ କରି ଆସିଛନ୍ତି।  କରୋନାକୁ ମୁକାବିଲା ପାଇଁ ଓଡ଼ିଶାର ପ୍ରଥମ ସାଂସଦ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ନିଜ ସାଂସଦ ପାଣ୍ଠି ରୁ ଏକ କୋଟି ଦେଇଛନ୍ତି ।
 ଅଉ ଏକ ମହତ୍ତ୍ୱ ପୂର୍ଣ ଭୂମିକା ଓ ଦାୟିତ୍ୱକୁ ଜିଲ୍ଲାବାସୀ ପ୍ରଶଂସା କରୁଛନ୍ତି ।   ଅଭାବରେ ଖଟି ଖିଆ ମଜୁରୀଆଙ୍କ ଦୁଃଖ ବୁଝିବ କିଏ। କିନ୍ତୁ  ଜିଲ୍ଲାର କିଛି ବ୍ୟକ୍ତି ସାଂସଦ ଶ୍ରୀ ଉଲାକାଙ୍କୁ ନିବେଦନ କରିବା ସହ ଆମ ପରିବାରର ସଦସ୍ୟ ସୁଦୂର ମୁମ୍ବାଇରେ ଖାଇବାକୁ ନପାଇ ଡହଳ-ବିକଳ ହେଉଛନ୍ତି ଓ ଆପଣ ସାଂସଦ ହିସାବରେ କିଛି ରାସ୍ତା ବାହାର କରନ୍ତୁ ବୋଲି ଅନୁରୋଧ କରିଥିଲେ।
ସାଂସଦ ତୁରନ୍ତ ମୁମ୍ବାଇର ଥାନେ ଅଞ୍ଚଳର ସାଂସଦ ସୁପ୍ରିୟା ସୁଲେଙ୍କ ନିକଟକୁ ମେଲ ଯୋଗେ ନିବେଦନ କରିଥିଲେ ଯେ ଆମ ନିର୍ବାଚନ ମଣ୍ଡଳୀର ୮ଜଣ ଲୋକ ଭୋକ ଉପାସ ରେ ରୁମ ନମ୍ବର ୭,ସଂଯୋଗ ସଦନ, ଗଣେଶ ଛକ, ଭଟବଡି କିଶନ ନଗର , ଥାନେ ରେ ଅଛନ୍ତି ସେମାନଙ୍କୁ କିଛି ରାସନ ଓ ଖାଇବା ସାହାଯ୍ୟ କରନ୍ତୁ। ସପ୍ତଗିରିଙ୍କ ମେଲ କୁ ଗ୍ରହଣ କରି  ସାଂସଦ  ସୁପ୍ରିୟା ସୁଲେ ତୁରନ୍ତ ସେହି ଅଞ୍ଚଳରେ ରହୁଥିବା ୮ ଜଣ ଙ୍କ ନିକଟରେ ରାସନ ସାମଗ୍ରୀ ଯୋଗାଇ ପହଞ୍ଚାଇ ଦେଇଥିଲେ। ଏହି ଦୁଇ ସାଂସଦଙ୍କ ମାନବିକତା କୁ ଜିଲ୍ଲାବାସୀ ସାଧୁବାଦ ଜଣାଇଛନ୍ତି।