ଆନ୍ଧ୍ରର ଏ କି ଉଦାର ନୀତି ! ଓଡ଼ିଶାର ଦାଦନ ଶ୍ରମିକଙ୍କ ପାଇଁ ଦୟାନାହିଁ

ଆନ୍ଧ୍ରର ଏ କି ଉଦାର ନୀତି ! ଓଡ଼ିଶାର ଦାଦନ ଶ୍ରମିକଙ୍କ ପାଇଁ ଦୟାନାହିଁ

ବଡ ଖବର ଓଡିଶା ଜିଲ୍ଲା ରାୟଗଡା

#ଆନ୍ଧ୍ରର_ଏ_କି_ଉଦାର_ନୀତି_ଓଡ଼ିଶାର_ଦାଦନ_ଶ୍ରମିକଙ୍କ_ପାଇଁ_ଦୟାନାହିଁ       ରାୟଗଡା   :   ରାୟଗଡା ସହର ପଡୋଶୀ ଆନ୍ଧ୍ରପ୍ରଦେଶର ଅତି ନିକଟ ତର। ରାୟଗଡା ଠାରୁ ମାତ୍ର ୩୦ କିଲୋମିଟର ଦୂରରେ ଆନ୍ଧ୍ର ସୀମାନ୍ତ ଅଞ୍ଚଳ। ଏହି ଜିଲ୍ଲା ରେ ଶତକଡା ୭୦ ଭାଗ ଆଦିବାସୀ ରହୁଥିବା ସ୍ଥଳେ  ଆନ୍ଧ୍ରପ୍ରଦେଶର ତେଲୁଗୁ ସମ୍ପ୍ରଦାୟର ୨୫ ଭାଗ ଓ ଓଡ଼ିଶାର ଅନ୍ୟ ଜିଲ୍ଲାର ୫ ଭାଗ ଲୋକ  ଏଠାରେ ବସ ବାସ କରୁଛନ୍ତି। ଏହି ଜିଲ୍ଲାର ରାଜ୍ୟସଭା ସାଂସଦ ଏନ. ଭାସ୍କର ରାଓ ମଧ୍ୟ  ଆନ୍ଧ୍ରପ୍ରଦେଶର ମୂଳ ବାସିନ୍ଦା ।ଏହି ଜ଼ିଲ୍ଲା ତଥା ଓଡ଼ିଶା ନିକଟରେ ଆନ୍ଧ୍ର ଓଡିଶା ବୋଲି କୌଣସି ମତଭେଦ ନାହିଁ। ଏହି ଜିଲ୍ଲାରେ ଆନ୍ଧ୍ରପ୍ରଦେଶ ରୁ ବହୁ ପରିବାର ଆସି ପେଟ ପାଟଣା ପାଇଁ ଏହି ଜିଲ୍ଲା କୁ ଚୟନ କରିଛନ୍ତି। କିନ୍ତୁ ଦୁଃଖର ବିଷୟ  ଓଡ଼ିଶାର ଶ୍ରମିକ ମାନେ ରୋଜଗାର ପାଇଁ ଆନ୍ଧ୍ରପ୍ରଦେଶରେ କାମ କରି ଆସୁଥିଲେ। ଆଜି କୋରୋନା ରୋଗ ପାଇଁ ସମସ୍ତଙ୍କ ମନରେ ଭୟ ଓ ଅନ୍ୟ ପଟେ ଲକଡାଉନ।  ଆଜି ସେମାନଙ୍କ ପାଖରେ କାମ ନାହିଁ କି ଖାଇବା ପାଇଁ ଟଙ୍କା ନାହିଁ, ସେମାନେ ନିଜ ନିଜ ରାଜ୍ୟ , ଜିଲ୍ଲା ଓ ଗ୍ରାମ କୁ ଚାଲି ଯିବା ପାଇଁ ଆନ୍ଧ୍ରପ୍ରଦେଶ ସରକାରଙ୍କୁ ଗୁହାରୀ କରିଥିଲେ। ଏଭଳି ପରିସ୍ଥିତିରେ ସାରା ଭାରତ ବର୍ଷର ସମସ୍ତ ରାଜ୍ୟ  ଦାଦନ ଶ୍ରମିକଙ୍କ ଯିବା ପାଇଁ ସମସ୍ତ ବ୍ୟବସ୍ଥା କରିବା ସହ ସେମାନଙ୍କୁ ଖାଇବା ପିଇବାର ବ୍ୟବସ୍ଥା କରି ଆସୁଥିବା ବେଳେ ଆନ୍ଧ୍ରପ୍ରଦେଶ ସରକାର ଅନ୍ୟ ଜିଲ୍ଲାର ପ୍ରବାସୀ ମାନଙ୍କୁ ଖାଇବା ଓ ରହିବା ବ୍ୟବସ୍ଥା ତ ଦୂରର କଥା ସେମାନଙ୍କୁ ପିଟି ପିଟି ବାହାର କରିବା ଦ୍ୱାରା ଶହ ଶହ ପ୍ରବାସୀ ଶହ ଶହ କିଲୋମିଟର ଦୂର ନିଜ ଛୋଟ ଛୋଟ ପିଲା ଓ ପରିବାରଙ୍କୁ ଧରି ପାଦରେ ଚାଲି ଚାଲି, ସାଇକେଲ ରେ ଏପରିକି ମାଲ ଗାଡି ଉପରେ ବସି ଓଡିଶା ରାୟଗଡା ସୀମାନ୍ତ ଅଞ୍ଚଳରେ ପହିଛି ଥିବା ଦେଖିବାକୁ ମିଳିଛି। ଏ ମାନକୁ ରାୟଗଡା ଜିଲ୍ଲା ପ୍ରଶାସନ ଓ ପୋଲିସ  ଖାଇବା ପିଇବା ଓ ରହିବା ବ୍ୟବସ୍ଥା କରିବା ସହ ସେମାନଙ୍କୁ ନିଜ ନିଜ ଗ୍ରାମରେ ଥିବା କରୋନା କ୍ବାରେଣ୍ଟାଇନ ରୁମ ରେ ଛାଡିବା ବ୍ୟବସ୍ଥା କରୁଥିବା ଦେଖିବାକୁ ମିଳୁଛି। ଏହି ପ୍ରବାସୀ ଓଡ଼ିଆ ମାନେ ଆନ୍ଧ୍ରପ୍ରଦେଶର ପ୍ରଶାସନ ପ୍ରତି ଅସନ୍ତୋଷ ପ୍ରକଟ କରୁଥିବା ଦେଖିବାକୁ ମିଲିଛି। ଓଡ଼ିଶାର ଶ୍ରମିକ ମାନଙ୍କ ପ୍ରତି ଆନ୍ଧ୍ର ପ୍ରଶାସନର ଏପରି ମନୋଭାବକୁ ବିଭିନ୍ନ ମହଲରେ ନିନ୍ଦା କରାଯାଇଛି।