ଜିଲ୍ଲାସ୍ତରୀୟ ବ୍ୟାଙ୍କର୍ସ ବୈଠକରେ ଋଣ ପ୍ରଦାନ ଉପରେ ଗୁରୁତ୍ୱ

ଜିଲ୍ଲାସ୍ତରୀୟ ବ୍ୟାଙ୍କର୍ସ ବୈଠକରେ ଋଣ ପ୍ରଦାନ ଉପରେ ଗୁରୁତ୍ୱ

ବାଣିଜ୍ୟ ଓଡିଶା କେନ୍ଦ୍ରାପଡା ଜିଲ୍ଲା

#ଜିଲ୍ଲାସ୍ତରୀୟ_ବ୍ୟାଙ୍କର୍ସ_ବୈଠକ    କେନ୍ଦ୍ରାପଡା : କେନ୍ଦ୍ରାପଡା ଜିଲ୍ଲାସ୍ତରୀୟ ବ୍ୟାଙ୍କର୍ସ ମାନଙ୍କ ବୈଠକ ଶୁକ୍ରବାର ଅପରାହ୍ନରେ ଜିଲ୍ଲା କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଦିଲ୍ଲୀପ କୁମାର ପରିଡା ଏହି ବୈଠକରେ ଅଧ୍ୟକ୍ଷତା କରିଥିଲେ । ପ୍ରଧାନମନ୍ତ୍ରୀ ଋଣ ଯୋଜନା, ଜିବିକା ମିଶନ୍ ଶକ୍ତି, କୃଷିଋଣ ଏବଂ ଅନ୍ୟାନ୍ୟ ଋଣ ସଂପର୍କରେ ଆଲୋଚନା କରାଯାଇଥିଲା । ତେବେ ଆମô୍ ନିର୍ଭରଶୀଳ ହେବାପାଇଁ ଶିକ୍ଷିତ ଯୁବକମାନଙ୍କୁ ବିଭିନ୍ନ ବ୍ୟାଙ୍କ ପକ୍ଷରୁ ଋଣ ପ୍ରଦାନରେ ଅବହେଳା ପ୍ରଦର୍ଶନ କରାଯାଉଥିବା ଅଭିଯୋଗ ଉପରେ ଆଲୋଚନା କରାଯାଇଥିଲା । ସରକାରଙ୍କ ଋଣ ଯୋଜନାକୁ ବ୍ୟାଙ୍କ କର୍ତୁପକ୍ଷ ଗୁରୁତ୍ୱ ଦେବାକୁ ବୈଠକରେ ନିଷ୍ପତି ନିଆଯାଇଥିଲା । ଏହି ବୈଠକରେ ଲିଡ୍ ବ୍ୟାଙ୍କ ମ୍ୟାନେଜର ସୁନିଲ୍ ପୁରୋହିତ, ନାବାର୍ଡର କିଶୋର କୁମାର ଆଚାର୍ଯ୍ୟ, ଜିଲ୍ଲା ମତ୍ସ୍ୟ ଅଧିକାରୀ ମମତା ମହାପାତ୍ରଙ୍କ ସମେତ ଜିଲ୍ଲାରେ ଥିବା ସମସ୍ତ ବ୍ୟାଙ୍କର ଶାଖା ପରିଚାଳକମାନେ ଏହି ବୈଠକରେ ଉପସ୍ଥିତ ଥିଲେ ।