ଭୁବନେଶ୍ୱରରେ ଆଉ ୯୧ ପଜିଟିଭ୍, ମଞ୍ଚେଶ୍ୱର ଅଟାକଳରୁ ସୁପର ସ୍ପ୍ରେଡରଙ୍କ ସଂସ୍ପର୍ଶରେ ଆସି ୨୬ ଅକ୍ରାନ୍ତ

ଭୁବନେଶ୍ୱରରେ ଆଉ ୯୧ ପଜିଟିଭ୍, ମଞ୍ଚେଶ୍ୱର ଅଟାକଳରୁ ସୁପର ସ୍ପ୍ରେଡରଙ୍କ ସଂସ୍ପର୍ଶରେ ଆସି ୨୬ ଅକ୍ରାନ୍ତ

#ଭୁବନେଶ୍ୱରରେ_ଆଉ_୯୧_ପଜିଟିଭ୍          ଭୁବନେଶ୍ୱର  :  ଭୁବନେଶ୍ୱରରୁ ବୁଧବାର ଆଉ ୯୧ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ୯୧ଜଣଙ୍କ ମଧ୍ୟରୁ ସଙ୍ଗରୋଧ କେନ୍ଦ୍ରରୁ ୭୨ଜଣ ଏବଂ ୧୯ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି । ଚିନ୍ତା ଜନକ ବିଷୟ ହେଉଛି ମଂଚେଶ୍ୱରରୁ ଜଣେ ସୁପରସ୍ପ୍ରେଡରଙ୍କ ଠାରୁ ୨୬ ଜଣ ଆକ୍ରାନ୍ତ ହୋଇଛନ୍ତି । ମଂଚେଶ୍ୱର ଅଂଚଳରେ ଥିବା ଏକ ଅଟାକଳର ୨୬ ଜଣ କର୍ମଚାରୀ ଜଣେ ପୂର୍ବ ପଜିଟିଭଙ୍କ ସଂସ୍ପର୍ଶରେ ଆସି କରୋନା ସଂକ୍ରମିତ ହୋଇଛନ୍ତି । ସେମାନଙ୍କ ବୟସ […]

Continue Reading
ଆଉ ପାଞ୍ଚ ଜୀବନ ନେଲା କରୋନା

ଆଉ ପାଞ୍ଚ ଜୀବନ ନେଲା କରୋନା

#ଆଉ_ପାଞ୍ଚ_ଜୀବନ_ନେଲା_କରୋନା          ଭୁବନେଶ୍ୱର  : ଗତ ୨୪ ଘଂଟା ମଧ୍ୟରେ ରାଜ୍ୟରେ ପୁଣି ୫ ଜଣ କରୋନା ସଂକ୍ରମିତଙ୍କର ମୃତ୍ୟୁ ଘଟିଛି । ଏହା ଫଳରେ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୧୦୮ କୁ ବୃଦ୍ଧି ପାଇଛି ବୋଲି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ବିଭାଗ ଦ୍ୱାରା ଦିଆ ଯାଇଥିବା ସୂଚନା ଅନୁସାରେ ମୃତକ ମାନଙ୍କ ମଧ୍ୟରେ ତିିନି ଜଣ ଗଂଜାମ ଜିଲ୍ଲାର ହୋଇଥିବା ବେଳେ ଗଜପତି ଓ କନ୍ଧମାଳ […]

Continue Reading
ରାଜ୍ୟରେ ଗୋଟିଏ ଦିନରେ ୧୦୭୮ କରୋନା ଆକ୍ରାନ୍ତ ଚିହ୍ନଟ, ମୋଟ ମାମଲା ୧୯୮୩୫କୁ ବୃଦ୍ଧି

ରାଜ୍ୟରେ ଗୋଟିଏ ଦିନରେ ୧୦୭୮ କରୋନା ଆକ୍ରାନ୍ତ ଚିହ୍ନଟ, ମୋଟ ମାମଲା ୧୯୮୩୫କୁ ବୃଦ୍ଧି

#ଗୋଟିଏ_ଦିନରେ_୧୦୭୮_କରୋନା_ଆକ୍ରାନ୍ତ_ଚିହ୍ନଟ            ଭୁବନେଶ୍ୱର   : ରାଜ୍ୟରେ ଆଜି ଆଉ ୧୦୭୮ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ କରୋନା ରୋଗୀଙ୍କ ସଂଖ୍ୟା ୧୯୮୩୫ କୁ ବୃଦ୍ଧି ପାଇଛି । ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆ ଯାଇଛି । ଆଜି ଚିହ୍ନଟ ହୋଇଥିବା ୧୦୭୮ ଜଣଙ୍କ ମଧ୍ୟରୁ ୭୨୧ ଜଣ ସଂଗରୋଧ କେନ୍ଦ୍ରରୁ ହୋଇଥିବା ବେଳେ ୩୫୭ ଜଣ ସ୍ଥାନୀୟ ଲୋକ ବୋଲି ସୂଚନା ଓ ଲୋକ ସମ୍ପର୍କ […]

Continue Reading
ଆଜିର ରାଶିଫଳ

ଆଜିର ରାଶିଫଳ

ମେଷ: ଉତ୍ତମ ଗୁଣଯୁକ୍ତ ନୀତିନିଷ୍ଠ ଓ ବିନୀତ ସ୍ବଭାବର ହେବେ। ଭେଦ ନୀତି ଗ୍ରହଣ କରିପାରନ୍ତି। ଚତୁର ଓ ଧନଯୁକ୍ତ ହେବେ। କଠିନ ଶ୍ରମ କରିବାକୁ ପଡ଼ିବ। କେତେକ କ୍ଷେତ୍ରରେ ଭୁଲବୁଝାମଣା ଘଟିପାରେ। ବୃଷ: କାର୍ଯ୍ୟରେ ସଫଳତା ଲାଭ କରିବେ। ଆର୍ଥିକ ସ୍ଥିତିରେ ସ୍ବଚ୍ଛଳତା ଦେଖା ଦେବ। ଶୁଭକାର୍ଯ୍ୟ ପାଇଁ ବାତାବରଣ ଅନୁକୂଳ ରହିଛି। ଦେବ ଦର୍ଶନର ସୁଯୋଗ ଅଛି। ସରକାରୀ ସ୍ତରରୁ ଲାଭବାନ୍‌ ହେବେ। ମିଥୁନ: ଶାନ୍ତ, ନିପୁଣ ଓ ମେଧାବୀ ହେବେ। ବିଦ୍ବାନ୍‌, ଜିତେନ୍ଦ୍ରିୟ ଓ ଦୟାଳୁ […]

Continue Reading
ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ହେବ ବିଜୟଙ୍କ ଅନ୍ତିମ ସଂସ୍କାର

ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ହେବ ବିଜୟଙ୍କ ଅନ୍ତିମ ସଂସ୍କାର

#ରାଷ୍ଟ୍ରୀୟ_ମର୍ଯ୍ୟାଦା_ସହ_ହେବ_ବିଜୟଙ୍କ_ଅନ୍ତିମ_ସଂସ୍କାର         ଭୁବନେଶ୍ବର  :   ଚଳଚିତ୍ର ଅଭିନେତା ବିଜୟ ମହାନ୍ତିଙ୍କ ଅନ୍ତିମ ସଂସ୍କାର ରାଷ୍ଟ୍ରୀୟ ମର୍ଯ୍ୟାଦା ସହ କରାଯିବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହା ଘୋଷଣା କରିଛନ୍ତି । ବିଜୟଙ୍କ ପରଲୋକ ଖବର ପାଇ ମୁଖ୍ୟମନ୍ତ୍ରୀ ଗଭୀର ଶୋକ ପ୍ରକାଶ କରିବା ସହ ରାଷ୍ଟ୍ରୀୟ ମର୍ଯ୍ୟାଦାର ସହ ତାଙ୍କର ଅନ୍ତିମ ସଂସ୍କାର ନିମନ୍ତେ ନିର୍ଦେଶ ଦେଇଛନ୍ତି ।୧୯୫୦ ମସିହାରେ କେନ୍ଦ୍ରାପଡ଼ାର ପଣ୍ଡିରିରେ ଜନ୍ମ ହୋଇଥିଲେ ଓ ବାରିପଦାରେ ବଢ଼ିଥିଲେ ବିଜୟ।୧୯୭୭ରେ ‘ଚିଲିକା ତୀରେ’ ଚଳଚ୍ଚିତ୍ରରୁ […]

Continue Reading
ଗଞ୍ଜାମ ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ୨୫ କୋଟି ଟଙ୍କା ମଞ୍ଜୁର

ଗଞ୍ଜାମ ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ୨୫ କୋଟି ଟଙ୍କା ମଞ୍ଜୁର

#ଗଞ୍ଜାମ_ପାଇଁ_ମୁଖ୍ୟମନ୍ତ୍ରୀଙ୍କ_ରିଲିଫ_ପାଣ୍ଠିରୁ_୨୫_କୋଟି_ଟଙ୍କା_ମଞ୍ଜୁର            ଭୁବନେଶ୍ୱର  :   ଆସନ୍ତାକାଲି (ମଙ୍ଗଳବାର) ଠାରୁ ଗଞ୍ଜାମ ଜିଲ୍ଲାର ଶୀତଳାପଲ୍ଲୀସ୍ଥିତ ଟାଟା କୋଭିଡ ହସ୍ପିଟାଲରେ ପ୍ଲାଜ୍ମା ଥେରାପି ଆରମ୍ଭ କରାଯିବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ଦିନ ଭିଡିଓ କନ୍ଫରେନ୍ସିଂ ଜରିଆରେ ଗଞ୍ଜାମ ଜିଲ୍ଲାର କୋଭିଡ ପରିସ୍ଥିତି ସମ୍ପର୍କରେ ସମୀକ୍ଷା କରି ରଣନୀତିକୁ ସୁଦୃଢ କରିବା ପାଇଁ ଏହି ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଛନ୍ତି । ଏହି ଏହାଦ୍ୱାରା ଗଞ୍ଜାମ ଓ ଆଖପାଖ ଜିଲ୍ଲାର ଗୁରୁତର କୋଭିଡ ରୋଗୀମାନେ ପ୍ଲାଜ୍ମା ଥେରାପି ସୁବିଧା ପାଇପାରିବେ ଏବଂ […]

Continue Reading
ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀଙ୍କ ପାଇଁ କରୋନା ଭତା ଘୋଷଣା କଲେ ସରକାର

ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀଙ୍କ ପାଇଁ କରୋନା ଭତା ଘୋଷଣା କଲେ ସରକାର

#ଡାକ୍ତର_ଓ_ସ୍ୱାସ୍ଥ୍ୟକର୍ମୀଙ୍କ_ପାଇଁ_କରୋନା_ଭତ୍ତା          ଭୁବନେଶ୍ୱର   :    ସାରା ରାଜ୍ୟର ବିଭିନ୍ନ କୋଭିଡ ହସ୍ପିଟାଲ, କୋଭିଡ ସ୍ୱାସ୍ଥ୍ୟ କେନ୍ଦ୍ର କିମ୍ବା କୋଭିଡ କେୟାର କେନ୍ଦ୍ରରେ କାମ କରୁଥିବା ଡାକ୍ତର, ପାରା ମେଡିକାଲ କର୍ମଚାରୀ ଓ ଚତୁର୍ଥ ଶ୍ରେଣୀ କର୍ମଚାରୀ ମାନଙ୍କ ପାଇଁ ଦୈନିକ ପ୍ରୋତ୍ସାହନ ରାଶି ଘୋଷଣା କରାଯାଇଛି । ଏସମ୍ପର୍କରେ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏକ ବିଜ୍ଞପ୍ତି ଜାରି କରାଯାଇଛି । କୋଭିଡ ରୋଗୀଙ୍କୁ ଚିକିତ୍ସା କରୁଥିବା ଦିନ ମାନଙ୍କରେ ଡାକ୍ତରମାନେ ଦୈନିକ ୧୦୦୦ ଟଙ୍କା, […]

Continue Reading
କରୋନା ସମୟରେ ହେଲିକପ୍ଟରରେ ବୁଲିଲେ ଯୋଜନା ବୋର୍ଡ ଉପାଧ୍ୟକ୍ଷ , ଘେରିଲା ବିଜେପି

କରୋନା ସମୟରେ ହେଲିକପ୍ଟରରେ ବୁଲିଲେ ଯୋଜନା ବୋର୍ଡ ଉପାଧ୍ୟକ୍ଷ , ଘେରିଲା ବିଜେପି

#କରୋନା_ସମୟରେ_ହେଲିକପ୍ଟରରେ_ବୁଲିଲେ_ଯୋଜନା_ବୋର୍ଡ_ଉପାଧ୍ୟକ୍ଷ       ଭୁବନେଶ୍ୱର  :   ଓଡିଶା ସରକାରଙ୍କ ଯୋଜନା ବୋର୍ଡ ଉପାଧ୍ୟକ୍ଷ ଲମ୍ବା ପ୍ରବାସ ପରେ ଗତ ୧୮ ତାରିଖରେ ହେଲିକପ୍ଟର ଯୋଗେ ଭୁବନେଶ୍ୱର ଫେରିଛନ୍ତି । ସେ ୧୩ ତାରିଖରେ ଭୁବନେଶ୍ୱରରୁ ବାହାରି ଗଜପତି, ତା ପର ଦିନ ରାୟଗଡାର ଗୁଣୁପୁର ଓ ବିଷମକଟକ ବିଧାନସଭା ନିର୍ବାଚନ ମଣ୍ଡଳୀ ଗସ୍ତ କରି ୧୬ ତାରିଖ ଦିନ ନବରଙ୍ଗପୁର ଉମରକୋଟ, ଝରିଗାଁ ଓ ଦାବୁ ଗାଁ ବିଧାନସଭା ମଣ୍ଡଳୀର ଗସ୍ତ କାର୍ଯ୍ୟକ୍ରମ ଥିଲା । କାର୍ଯ୍ୟସୂଚୀ ଅନୁସାରେ […]

Continue Reading
କାର୍ଯ୍ୟକାରୀ ହେଲା ଖାଉଟି ସୁରକ୍ଷା ଆଇନ ୨୦୧୯

କାର୍ଯ୍ୟକାରୀ ହେଲା ଖାଉଟି ସୁରକ୍ଷା ଆଇନ ୨୦୧୯

#କାର୍ଯ୍ୟକାରୀ_ହେଲା_ଖାଉଟି_ସୁରକ୍ଷା_ଆଇନ_୨୦୧୯        ନୂଆଦିଲ୍ଲୀ  :  ଖାଉଟି ସୁରକ୍ଷା ଆଇନ ୨୦୧୯ ଆଜିଠାରୁ ସମଗ୍ର ଦେଶରେ କାର୍ଯ୍ୟକାରୀ ହୋଇଛି । ଏ ସଂପର୍କରେ ଆଜି ସୂଚନା ଦେଇ କେନ୍ଦ୍ର ଖାଉଟି ବ୍ୟାପାର, ଖାଦ୍ୟ ଓ ସାଧାରଣ ବଂଟନ ମନ୍ତ୍ରୀ ଶ୍ରୀ ରାମବିଳାସ ପାଶୱାନ କହିଛନ୍ତି ଯେ ଆଜିଠାରୁ କାର୍ଯ୍ୟକାରୀ ହୋଇଥିବା ଆଇନ ଦ୍ୱାରା ଖାଉଟିମାନେ ସଶକ୍ତ ହେବେ ଏବଂ ସେମାନଙ୍କର ଅଧିକାର ସୁରକ୍ଷିତ ହୋଇପାରିବ । ଏହି ଆଇନରେ ଖାଉଟିଙ୍କ ଅଧିକାର ଓ ସ୍ୱାର୍ଥର ସୁରକ୍ଷା ପାଇଁ ବିଭିନ୍ନ ପ୍ରକାର […]

Continue Reading
ରାଜ୍ୟରେ ଆରମ୍ଭ ହେଲା ଟେଲି ମେଡ଼ିସିନ୍ ସେବା

ରାଜ୍ୟରେ ଆରମ୍ଭ ହେଲା ଟେଲି ମେଡ଼ିସିନ୍ ସେବା

#ରାଜ୍ୟରେ_ଆରମ୍ଭ_ହେଲା_ଟେଲି_ମେଡ଼ିସିନ୍_ସେବା         ଭୁବନେଶ୍ୱର   :   ରାଜ୍ୟରେ ଆଜିଠାରୁ ଆରମ୍ଭ ହୋଇଛି ଟେଲି ମେଡ଼ିସିନ୍ ସେବା । କୋଭିଡ଼ କଟକଣା ପରିସ୍ଥିତି ଦୃଷ୍ଟିରୁ ସାଧାରଣ ରୋଗୀଟିଏ ଡାକ୍ତରଖାନା ଯିବା ସମ୍ଭବ ହୋଇପାରୁନଥିବା ବେଳେ ଡାକ୍ତରୀ ପରାମର୍ଶ ପାଇପାରୁ ନାହାନ୍ତି । ଏହାର ପ୍ରତିକାର ସ୍ୱରୂପ ସରକାର ଆରମ୍ଭ କରିଛନ୍ତି ଟେଲି ମେଡ଼ିସିନ୍ ସେବା ।ଏହା ଦ୍ୱାରା ରୋଗୀ ଫୋନ୍ ମାଧ୍ୟମରେ ଡାକ୍ତରଙ୍କ ସହ ସିଧାସଳଖ ଯୋଗାଯୋଗ କରି ରୋଗର ଉପଚାର କରିପାରିବେ । ଏହି ସେବାପ୍ରଥମେ ରାଜ୍ୟର ୩୦ ଜିଲ୍ଲା […]

Continue Reading