ସଂଦେହ ଘେରକୁ ଆସିଲେ କଳ୍ପନାଙ୍କ ବାପା

ଅପରାଧ ଓଡିଶା ବଡ ଖବର

#ସଂଦେହ_ଘେରକୁ_ଆସିଲେ_କଳ୍ପନାଙ୍କ_ବାପା  ରାୟଗଡ଼ : ଅନୁପ ସାଏଙ୍କୁ ଜେଲ୍‌ ପଠାଇବା ପରେ ଡ୍ରାଇଭର ବର୍ଦ୍ଧନ ଟପ୍ପୋ ମୁଣ୍ଡରେ ପଞ୍ଝା ମାରିଛି ଛତିଶଗଡ଼ ପୋଲିସ । ଗତକାଲି ବିଳମ୍ବିତ ରାତିରେ ବ୍ରଜରାଜ ନଗର ବଘରାଚକା ଘରୁ ବର୍ଦ୍ଧନକୁ ଉଠାଇ ନେଇଛି ଛତିଶଗଡ଼ ଚକ୍ରଧରନଗର ଥାନାର ଏକ ୬ଜଣିଆ ପୋଲିସ ଟିମ୍‌

ସେପଟେ ଏହି ମାମଲାରେ ସଂଦେହ ଘେରକୁ ଆସିଛନ୍ତି ମୃତ କଳ୍ପନା ଦାଶଙ୍କ ବାପା ରୁଦ୍ରାକ୍ଷ ଦାଶ । ଜଣେ ବାପା ହିସାବରେ ୨୦୧୬ ମେ’ ରୁ ସେ ଦୀର୍ଗ ଦିନ ଧରି  ଝିଅ ଓ ନାତୁଣୀର ଖୋଜଖବର କାହିଁକି ନେଇନଥିଲେ ଏବଂ ସେମାନଙ୍କ ନିଖୋଜ୍‌ ସମ୍ପର୍କରେ କାହିଁକି ଥାନାରେ ଅଭିଯୋଗ କରିନଥିଲେ ତାକୁ ନେଇ ଉଠିଛି ପ୍ରଶ୍ନ । ଅନୁପ ସାଏଙ୍କ ଗରିଫଦାରୀ ପରେ ଆମେ କଳ୍ପନାଙ୍କ ବାପାଙ୍କୁ ଖୋଜିବାକୁ ଚେଷ୍ଟା କରିଥିଲୁ । ହେଲେ ରାଜପୁରରେ ରୁଦ୍ରାକ୍ଷ ଦାଶଙ୍କ ଘରେ ତାଲା ପଡ଼ିଥିଲା ।  ପାଖ ପଡ଼ୋଶୀଙ୍କୁ ପଚାରିବାରୁ ଜଣାପଡ଼ିଥିଲା ଗଲା ବୁଧବାର ଠାରୁ  ରୁଦ୍ରାକ୍ଷ ଘରକୁ ଫେରି ନାହାନ୍ତି । ତେବେ ଏଠି ଆଉ ଗୋଟେ ଗୁରୁତ୍ବପୂର୍ଣ୍ଣ କଥା ହେଲା ରାଜପୁରରେ ରୁଦ୍ରାକ୍ଷ ରହୁଥିବା ଏହି ଘର କୁଆଡ଼େ କଳ୍ପନାଙ୍କ ହତ୍ୟାପରେ ତିଆରି ହୋଇଛି ତାହା ପୁଣି ପୂର୍ବତନ ବିଧାୟକ ଅନୁପ ସାଏଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ । ଏଭଳି ପରିସ୍ଥିତିରେ କଳ୍ପନାଙ୍କ ବାପା ରୁଦ୍ରାକ୍ଷ ଦାଶଙ୍କ ଭୂମିକା ବି ସଂଦେହ ଘେରକୁ ଆସୁଛି ।

ପୂର୍ବତନ ବିଧାୟକ ଅନୁପ ସାଏଙ୍କ କଳା କାରନାମାକୁ ନେଇ ଝାରସୁଗଡ଼ାରୁ ଛତିଶଗଡ଼ କମ୍ପୁଥିବା ବେଳେ ଏପଟେ ରାଜଧାନୀରେ ଥୟ ଧରୁନାହାନ୍ତି ନେତା । ନିଜ ନିଜ ଢ଼ଙ୍ଗରେ ବିଜେପି ଓ କଂଗ୍ରେସ ନେତା ନାନା ପ୍ରଶ୍ନ ଉଠାଇ ନିଶାନା ପାଇଁ ତୀର ତୟାରିରେ ମାତିଥିବା ବେଳେ ବିଜେଡି ନେତା ବି ନଛୋଡ଼ ବନ୍ଧା ନୀତିକୁ ଆପଣାଇଛନ୍ତି ।

୪ବର୍ଷର କସରତ ପରେ ଯେତେବେଳେ ଏହି ଡବଲମର୍ଡ଼ର ଘଟଣାରେ ପୂର୍ବତନ ବିଧାୟକ ଅନୁପ ସାଏଙ୍କୁ ଗିରଫ କରିଛି ସେତେବେଳେ ଏହି ଘଟଣାରେ ସବୁ ଅଛିଣ୍ଡା ଗଣିତର ସମାଧାନ ପାଇଁ ମଧ୍ୟ ଆଶା ରଖିଛି ଛତିଶଗଡ଼ ପୋଲିସ । ଏବେ ଅନୁପଙ୍କ ଡ୍ରାଇଭର ପୋଲିସ ପଞ୍ଝାକୁ ଆସିବା ପରେ ତଦନ୍ତ ଆହୁରି ଆଗକୁ ବଢ଼ିବ ବୋଲି କହିପାରିବା ।