ନିଶା ଦେଇ ନାବାଳିକାଙ୍କୁ ଦୁଷ୍କର୍ମ

ନିଶା ଦେଇ ନାବାଳିକାଙ୍କୁ ଦୁଷ୍କର୍ମ

ଅପରାଧ ଓଡିଶା କେନ୍ଦୁଝର ଜିଲ୍ଲା ରାଜ୍ୟ

#ନିଶା_ଦେଇ_ନାବାଳିକାଙ୍କୁ_ଦୁଷ୍କର୍ମ   ଯୋଡା : ଯୋଡା ପୌରପାଳିକାର ଜଣେ ନାବାଳିକକୁ ସପ୍ତାହକାଳ ବଳାତ୍କାର ହୋଇଛି। ଅଭିଯୁକ୍ତମାନେ ତାଙ୍କୁ ଅପହରଣ କରିନେବା ପରେ ଗୋପନ ସ୍ଥାନରେ ଅଟକ ରଖି ବଳାତ୍କାର କରିଛନ୍ତି।

ସେମାନେ ନାବାଳିକାଙ୍କୁ ନିଶା ଔଷଧ ଦେଇ ବଳାତ୍କାର କରିଥିଲେ। ପରେ ଶୁକ୍ରବାର ସନ୍ଧ୍ୟାରେ ଯୋଡା ବସ୍ ଷ୍ଟାଣ୍ଡରେ ଅଚେତ ଅବସ୍ଥାରେ ଫିଙ୍ଗି ଦେଇ ପଳାଇଥିଲେ। କିଛି ଲୋକ ତାଙ୍କୁ ଉଦ୍ଧାର କରି ମେଡ଼ିକାଲ ପଠାଇଥିଲେ। ଏବେ ନାବାଳିକା ଗୁରୁତର ଅବସ୍ଥାରେ ଟାଟାର ଡାକ୍ତରଖାନାରେ ଚିକିତ୍ସାଧିନ ଅଛନ୍ତି। ଅବସ୍ଥା ଏମିତି ଯେ ସେ କଥାବାର୍ତ୍ତା କରିପାରୁ ନାହାନ୍ତି। ସଙ୍କଟାପର୍ଣ୍ଣ ଅବସ୍ଥାରେ ତାଙ୍କ ଚିକିତ୍ସା ଜାରି ରହିଛି ।

ନାବାଳିକାଙ୍କ ପିତା ଅଭିଯୋଗ କରିଛନ୍ତି, ଯୋଡ଼ାରେ କାମ କରୁଥିବା କିଛି ଲୋକ ତାଙ୍କ ଝିଅକୁ ଗତ ୨୧ ତାରିଖ ଦିନ ଘରୁ ଉଠାଇ ନେଇଥିଲେ । ୨୮ ତାରିଖ ସନ୍ଧ୍ୟାରେ ମୁର୍ମୁଷ ଅବସ୍ଥାରେ ତାଙ୍କୁ ଯୋଡା ବସ୍ ଷ୍ଟାଣ୍ଡର ଏକ ନିକାଞ୍ଚନ ସ୍ଥାନରେ ଫିଙ୍ଗି ଚାଲି ଯାଇଥିଲେ । ତାଙ୍କ ଦେହର ବିଭିନ୍ନ ସ୍ଥାନରେ କ୍ଷତ ଚିହ୍ନ ରହିଛି। ସେ ପିନ୍ଧିଥିବା ସମସ୍ତ ସୁନା ଗହଣା ମଧ୍ୟ ଲୁଟି ନେଇଛନ୍ତି ଦୁର୍ବୃତ୍ତ। ଏନେଇ ସେ ଯୋଡା ଥାନାରେ ଏତଲା ଦେଇଛନ୍ତି । ଯୋଡା ଥାନା ଭାରପ୍ରାପ୍ତ ଅଧିକାରୀ ଘଟଣାର ତଦନ୍ତ କରୁଛନ୍ତି ।